କିଛି ଦିନ ତଳେ ହୋଇଥିବା ବାହାନଗା ରେଳ ଦୁର୍ଘଟଣା ରେ ସାରା ଭାରତ ରେ ଶୋକ ର ସାୟା ହୋଇଯାଇଥିଲା । ଏତେ ବଡ଼ ଦୁର୍ଘଟଣା ପରେ କ୍ରନ୍ଦର ସରକାର ସିବିଆଇ କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲା ।
ସିବିଆଇ ଦଳ ଏବେ ତଦନ୍ତ ଆରମ୍ଭ କରି ରେଳବାଇ ର 3 ଜଣ କର୍ମଚାରୀ ଙ୍କୁ ପଚରାଉଚରା କରିବା ସହ ଦୁର୍ଘଟଣା ଦିନ ରାତିରେ ଦାୟିତ୍ବରେ ରହିଥିବା ସହକାରୀ ଷ୍ଟେସନ ମାଷ୍ଟର ଙ୍କୁ ଜେରା କରୁଛି । ସୂଚନା ଅନୁଯାୟୀ 3 ଜଣ ରେଳ କର୍ମଚାରୀ ଙ୍କୁ ନିଜ ଅଧୀନ ରେ ନେଇ ଜେରା କରୁଛି ସିବିଆଇ ।
ତେବେ ଏହି ଘଟଣା ପରେ ଅନ୍ୟ 9 ଜଣଙ୍କୁ ମଧ୍ୟ CBI ନିଜର ତଦାରଖ ରେ ରଖିଛି । ତେବେ ସିବିଆଇ ର ଅନୁମତି ନ ମିଳିବା ଯାଏଁ ବାହାନଗା ଷ୍ଟେସନ ରେ ଟ୍ରେନ ଅଟକିବ ନାହିଁ । ଏମିତି ନିସ୍ପତି CBI ପକ୍ଷରୁ ନିଆ ଯାଇଛି ।
ସୂଚନା ଅନୁଯାୟୀ ଦୁର୍ଘଟଣା ଦିନ ସକାଳୁ ସିଗନାଲ ରେ ତ୍ରୁଟି ରହିଥିବା କାର୍ଯ୍ୟରତ କର୍ମଚାରୀ ସହକାରୀ ଷ୍ଟେସନ ମାଷ୍ଟର ଙ୍କୁ ଜଣାଇ ଥିଲେ । ହେଲେ ଷ୍ଟେସନ ମାଷ୍ଟର ତ୍ରୁଟି ଥିବା ଜାଣିବା ପରେ ଦୁର୍ଘଟଣା ଦିନ ସକାଳ 10ଟା ରେ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଡ଼ାକିଥିଲେ । ମେକାନିକ ପହଞ୍ଚିବାରେ ଡେରି ହେବାରୁ ଷ୍ଟେସନ ମାଷ୍ଟର ତାଙ୍କୁ ବାରମ୍ବାର ଫୋନ କରିଥିଲେ । ଟ୍ରେନ ଚଳାଚଳ କରିବା ପାଇଁ ସିଗନାଲ ଠିକ କରି ଦେବାକୁ କହିଥିଲେ । ହେଲେ ଦିନ 11ଟା ରେ ମେକାନିକ ଷ୍ଟେସନ ରେ ପହଞ୍ଚି ସିଗନାଲ ଠିକ କରିଥିଲେ ।