ଜମିବାଡ଼ି ବିବାଦର ଭୟଙ୍କର ପରିଣତି
ପିତାଙ୍କ ଶବ ସଂସ୍କାର ପାଇଁ
ବଡ଼ପୁଅକୁ ଛାଡ଼ିଲେନି ଅନ୍ୟ ଦୁଇ ପୁଅ !
ପଟ୍ଟାମୁଣ୍ଡାଇ, ସ୍ଥିତ ସାମାନ୍ୟ ସମ୍ପତି ଆଗରେ ପିତା ମାତାଙ୍କ ସ୍ନେହ ମମତା, ସାମାଜିକ ପରମ୍ପରା, ବିଧିବିଧାନ ଓ ଆଇନଗତ ବ୍ୟବସ୍ଥାକୁ ଯେ
ତୁଚ୍ଛ ତାହାର ପ୍ରମାଣ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ଚଡେୟା ଗ୍ରାମରେ ଓ ଜମିବାଡ଼ି ବିବାଦ ଭୟଙ୍କର ରୂପ ମଧ୍ୟ ଦେଖିବାକୁ
ମିଳିଛି ।
ଜମିବାଡ଼ି ବିବାଦ ପାଇଁ ମୃତ ପିତାଙ୍କ ଶବ ସଂସ୍କାର ପାଇଁ ବଡ଼ ଭାଇକୁ ସୁଯୋଗ ନଦେଇ ଅଟକାଇ ରଖୁଛନ୍ତି ଅନ୍ୟ ଦୁଇ ଭାଇ ଓ ଏଭଳି ଏକ
ଅଭାବନୀୟ ଘଟଣା ଘଟିଯାଇଛି ଚଢ଼େୟା ଗ୍ରାମରେ ଓ ସାମାଜିକ ପରମ୍ପରା ବିଧିବିଧାନ ଓ ଆଇନଗତ ବ୍ୟବସ୍ଥା ଲୋପ ପାଇଯାଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ଦୋଷିଆ ପଞ୍ଚାୟତର ଚଡେୟା ଗ୍ରାମର ଭଗବାନ ସାହୁ( ୮୫) ଙ୍କର ୨୨ ତା ସକାଳ ୯ଟା ସମୟରେ ଗାଁରେ ଥିବା
ଘରେ ମୃତ୍ୟୁ ଘଟିଛି ଓ ତେବେ ଭଗବାନଙ୍କ ୩ ପୁଅ ଜମିବାଡ଼ିକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗିରହିଛି । ଫଳରେ ଭାଇଭାଇ ମଧ୍ୟରେ ସମ୍ପର୍କ
ତୁଚ୍ଛ ହୋଇଯାଇଛି । ଭାଇ ଆଜି ଭାଇର ଶତ୍ରୁ ପାଲଟି ଯାଇଛି । ଏପରି ଅବସ୍ଥାରେ ଭଗବାନଙ୍କ ମୃତ୍ୟୁ ଘଟିବା ପରେ ପରିସ୍ଥିତି ଜଟିଳ ହୋଇଛି ।
ପିତାଙ୍କ ଶବ ସଂସ୍କାର ପାଇଁ ପ୍ରସ୍ତୁତ ବଡ଼ ପୁଅ ମୃତ ଶବ ନେବା ପାଇଁ ବାହାରିବା ବେଳେ ଅନ୍ୟ ଦୁଇ ଭାଇ ଏହାର ବିରୋଧ କରି ଶବ
ନଛାଡିବା ପାଇଁ ଅଡ଼ିବସିଛନ୍ତି। ଫଳରେ ମୃତ୍ୟୁର ଦୀର୍ଘ ୧୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ଭାଇଭାଇ ବିବାଦର ସମାଧାନ ହୋଇପାରିନାହିଁ ।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଜଣାଇବା ପରେ ଏସ ପି ନିର୍ଦେଶରେ ପଟ୍ଟାମୁଣ୍ଡାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅବସ୍ଥା
ଅନୁଧ୍ୟାନ କରିବା ସହିତ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ।
ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସାମାନ୍ୟ ସମ୍ପତି ଆଗରେ ବାପ ପୁଅର
ପବିତ୍ର ସମ୍ପର୍କ ଯେ ମୂଲ୍ୟହୀନ ତାହା ପ୍ରମାଣିତ ହୋଇଛି ।