ଖବର ସହ ମନୋରଞ୍ଜନର ଛୁଙ୍କ। ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ।
Type Here to Get Search Results !

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । କିଏ ବିଜୟୀ ହେବ, କିଏ ପରାଜିତ ହେବ ତାହାକୁ ନେଇ ଚାଲିଛି ଆକଳନ । ଶେଷ ଦିନରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଚତୁର୍ଥ ଦିନରେ ମୈଦାନରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଭାରତୀୟ କ୍ରିକେଟପ୍ରେମୀ ନିରାଶ ବ୍ୟକ୍ତ କରିଥିଲେ । ଏପରିକି ଭାରତୀୟ କ୍ରିକେଟର ମଧ୍ୟ ଏହି ଘଟଣାକୁ ନେଇ ନିଜର ନିରାଶା ବ୍ୟକ୍ତ କରିଛନ୍ତି । ଯେଉଁଥିପାଇଁ ଭାରତୀୟ କ୍ରିକେଟର ଶୁଭମାନ ଗିଲଙ୍କ ଉପରେ ଆଇସିସି କଡା କାର୍ଯ୍ୟାନୁଷ୍ଠାନ ନେଇପାରେ । ଶୁଭମାନ ଗିଲ ବିବାଦୀୟ କ୍ୟାଚ୍ ପରେ ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ଭାରତୀୟ ସମର୍ଥକ ଶୁଭମାନଙ୍କୁ ଆଉଟକୁ ସହଜରେ ଗ୍ରହଣ କରିପାରିନଥିଲେ । ବଲଟି ତଳେ ବାଜିଥିବା ଦର୍ଶାଇଥିଲେ ଭାରତୀୟ କ୍ରିକେଟ ପ୍ରଶଂସକ । ତେଣୁ ଶୁଭମାନଙ୍କୁ ଭୁଲ ନିଷ୍ପତ୍ତି ଯୋଗୁଁ ଆଉଟ କରାଯାଇଥିବା କହି ସୋସିଆଲ ମିଡ଼ିଆରେ ଅଷ୍ଟ୍ରେଲିଆ ଟିମକୁ ଟ୍ରୋଲ କରିଥିଲେ ଭାରତୀୟ କ୍ରିକେଟପ୍ରେମୀ । ଆଉ ଏହି ଟ୍ରେଣ୍ଡରେ ନିଜେ ଶୁଭମାନ ଗିଲ ମଧ୍ୟ ସାମିଲ ହୋଇଥିଲେ ।

Post a Comment

0 Comments