ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଦିନ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ କି ଦିଜଣ ନୁହେଁ ବରଂ ସାତ ଜଣ ବର ସେମାନଙ୍କ ଅଭିଯୋଗ ନେଇ ଭୋପାଳର କୋଲାର ପୋଲିସ ଷ୍ଟେସନରେ ପହଞ୍ଚି କହିଥିଲେ ଯେ ଆମେ ବିବାହ କରିବାକୁ ଯାଉଥିଲୁ, କିନ୍ତୁ ଯେତେବେଳେ ଆମେ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଥିଲୁ, ତ ନା ସେଠି କନ୍ୟା ମିଳିଲା ନା ତା ଘରଲୋକ ଆଉ ନା ହିଁ ବା ବାହାଘର କରେଇଲା ବାଲା। ସେହି ଘରେ ତାଲା ପଡ଼ିଥିଲା। ଏହି ୭ଜଣ ବରମାନଙ୍କ ଅଭିଯୋଗ ଉପରେ ପୋଲିସ ଠକେଇ ମାମଲା ରୁଜୁ କରିଛି। ଅନୁସନ୍ଧାନ ସମୟରେ ଜଣାପଡିଛି ଯେ ଗୋଟିଏ ଅନୁଷ୍ଠାନ ସମସ୍ତଙ୍କୁ ବିବାହ କରିବା ପାଇଁ 20-20 ହଜାର ଟଙ୍କା ନେଇଛି।
ଅନୁସନ୍ଧାନ ସମୟରେ ଜଣାପଡିଛି ଯେ ଗରିବ ଝିଅମାନଙ୍କୁ ଭଲ ସମ୍ପର୍କ ଯୋଗାଇବାର ବାହାନାରେ ପୁଅମାନଙ୍କୁ ଦେଖାଯାଇଥିଲା ଏବଂ ପରେ ସେହି ଝିଅମାନଙ୍କୁ ଦେଖାଇ ପଞ୍ଜୀକରଣ ନାମରେ ବର ପାର୍ଶ୍ୱରୁ 20-20 ହଜାର ଟଙ୍କା ସଂଗ୍ରହ କରାଯାଇଥିଲା। ପରେ, ଝିଅ ମାନଙ୍କୁ କୁହାଯାଇଥିଲା ଯେ ପୁଅ ବିବାହ କରିବାକୁ ମନା କରିଦେଇଥିଲା ଏବଂ ଯେତେବେଳେ ପୁଅ ଏଠାକୁ ପହଂଚେ ତ ଏଠାରେ ତାଲା ପଡିଥାଏ।
ସୂଚନାନୁସାରେ, ଭଣ୍ଡାର ମେହଗାଓଁ ନିବାସୀ 35 ବର୍ଷିୟ କେଶବ ବାଗେଲ ଗୁରୁବାର ଦିନ ବିବାହ ପାଇଁ ବରଯାତ୍ରୀ ନେଇ ଆସିଥିଲେ ତ ଏଠାରେ ବର କିମ୍ବା ପରିବାର ନଥିଲେ ବଂର ଘରେ ତାଲା ପଡିଥିଲା। ଟି ଚନ୍ଦ୍ରଭାନ୍ ପଟେଲଙ୍କ ଅନୁଯାୟୀ, ବିବାହର ଆୟୋଜନ କରିଥିବା ଶାଗୁନ୍ ଜନ କଲ୍ୟାଣ ସେବା ସମିତିଙ୍କ କାର୍ଯ୍ୟାଳୟ ମଧ୍ୟ ତାଲା ପଡିଥିଲା।
ସେଠାକାର ଲୋକଙ୍କୁ ପଚରା ଉଚରା କରିବା ପରେ ଜଣାପଡ଼ିଲା ସେଠାରେ ବିବାହ ହେବା ନେଇ କୌଣସି ସୂଚନା ନାହିଁ। ଏହା ପରେ ତାଙ୍କୁ ମିଳିଥିବା ଫୋନ୍ ନମ୍ବରରେ କଲ୍ କରିଥିଲେ। ଫୋନ୍ ସ୍ବିଚ୍ ଅଫ ଥିଲା। ଗଡ଼ବଡ଼ ନେଇ ଆଶଙ୍କା କରିବା ପରେ ବର ଏବଂ ପରିବାର ଲୋକେ କୋଲାର ଥାନାରେ ପହଞ୍ଚିବା ପରେ ମାମଲା କିଛି ଅଲଗା ଥିଲା। କାରଣ ସେଠାକୁ ପୂର୍ବରୁ ଆସିଥିବା ୬ ବର ଏବଂ ସେମାନଙ୍କ ପରିବାର ଥାନରେ ଥିଲେ। ପୋଲିସ ଅଭିଯୋଗ ପାଇବା ପରେ ଏନେଇ କୌଣସି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରିଥିଲା।
ଦିଆଯାଇଥିବା ମୋବାଇଲ୍ ନମ୍ବର ଟ୍ରେସ୍ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗରେ ଦୁଇ ପୁରୁଷ ଏବଂ ଜଣେ ମହିଳା ଥିବା ଜଣାପଡ଼ିଛି। ସେମାନେ ଯେଉଁ ସବୁ ଜିଲ୍ଲାରେ ବିବାହ ପାଇଁ ଯୁବକମାନଙ୍କୁ ଯୁବତୀ ମିଳୁନାହାନ୍ତି ସେଠାରେ ପ୍ରଚାର କରନ୍ତି ଏବଂ ବିବାହ କରାଇଦେବାକୁ ପ୍ରତିଶ୍ରୁତି ବି ଦିଅନ୍ତି। ସେମାନେ ଝିଅକୁ ଦେଖିବାକୁ ଆସିବା ପରେ ଗ୍ୟାଙ୍ଗ ଭଡ଼ାରେ ଝିଅ ଠିକ୍ କରି ଦେଖାଇ ଦିଅନ୍ତି। ଝିଅ ପସନ୍ଦ ଆସିବା ପରେ ବର ପରିବାର ପାଖରୁ ୨୦ ହଜାର ଟଙ୍କା ନିଏ ଗ୍ୟାଙ୍ଗ। ତେବେ ଠକାମୀରେ ଶିକାର ହୋଇଥିବା ୭ ବର ୨୦ ହଜାର ଲେଖାଏଁ ଟଙ୍କା ଦେଇଥିଲେ। ପୋଲିସ ଗ୍ୟାଙ୍ଗର ପର୍ଦ୍ଦଫାସ କରିଥିବା ବେଳେ ଏମାନଙ୍କ ବିରୋଧରେ ଆଗରୁ କୌଣସି ମାମଲା ଅଛି କି ନାହିଁ ଛାନଭିନ୍ ଚଳାଇଛି।