କଥାରେ ଅଛି ପ୍ରେମ ପବିତ୍ର ଏବଂ ପ୍ରେମ ଶାଶ୍ୱତ। କିନ୍ତୁ, ଆଜିକାଲି ବୋଧେ ପ୍ରେମର ଅର୍ଥ ବଦଳିବାରେ ଲାଗିଛି। ଆଜିର ପ୍ରାୟତଃ ଯୁବପିଢ଼ିଙ୍କ ପାଇଁ ପ୍ରେମ ହୃଦୟର ମିଳନ ହୋଇ ରହିନାହିଁ ବରଂ ଏହା ଦେହ ଭୋକ ମେଣ୍ଟାଇବାର ଏକ ପ୍ରକୃଷ୍ଟ ମାଧ୍ୟମ ପାଲଟି ଯାଇଛି। ଏପରି ଅନେକ ଭିଡ଼ିଓ ସାମ୍ନାକୁ ଆସୁଛି ଯେଉଁଥିରେ ଜନ ସାଧାରଣ ସ୍ଥାନରେ ଯୁବକ ଯୁବତୀମାନେ ପରସ୍ପର ସହିତ ଅନ୍ତରଙ୍ଗ ହେଉଥିବା ଦେଖିବାକୁ ମିଳୁଛି।
ଯଦି ବି ଏହି ପ୍ରେମପକ୍ଷୀ ମାନଙ୍କୁ ଏକାନ୍ତରେ କିଛି ସମୟ ବିତାଇବାର ଅଛି ତେବେ ସେମାନେ କୌଣସି ହୋଟେଲ ରୁମ କିମ୍ବା ଘରକୁ ଯାଇ ପାରିବେ। କିନ୍ତୁ, କିଛି ନିର୍ଲଜ ଯୁବକ ଯୁବତୀ ବିଚ୍ ରାସ୍ତା ଏବଂ ଅନ୍ୟ ଜନସାଧାରଣ ସ୍ଥାନକୁ ନିଜର ଦେହ ଭୋକ ମେଣ୍ଟାଇବାକୁ ବ୍ୟବହାର କରୁଛନ୍ତି। ଏଭଳି ହିଁ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ଯୁବକ ଏବଂ ଯୁବତୀଙ୍କୁ ଦେଖିବାକୁ ମିଳୁଛି। ଉଭୟେ ରାସ୍ତା କଡରେ ସ୍କୁଟି ରଖି କିଛି ସମୟ କଥା ହେଉଛନ୍ତି। କିନ୍ତୁ, କିଛି ସମୟ ପରେ ଯୁବତୀଙ୍କ ବିରୋଧ ସତ୍ତ୍ୱେ ଯୁବକ ଜଣକ ତାଙ୍କୁ କିସ୍ କରିବାକୁ ଚେଷ୍ଟା କରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।
କେବଳ ଯେ ସେତିକି ନୁହେଁ ଦିନ ଦ୍ୱିପ୍ରହର ରାସ୍ତା କଡରେ ଯୁବକ ଜଣକ ଯୁବତୀଙ୍କର ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ହାତ ମାରୁଛନ୍ତି। ଏଭଳି ସମୟରେ ହଠାତ ସେଠାକୁ ଜଣେ ପୋଲିସ ବାବୁ ଆସି ପହଞ୍ଚି ଯାଉଛନ୍ତି। ତାଙ୍କୁ ଦେଖି ଯୁବକ ଜଣକ ଖସିଯିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲେ। ଏଭଳି ହୀନ କାମ କରୁଥିବା ହେତୁ ପୋଲିସ ବାବୁ ଅଭିଯୁକ୍ତ ଯୁବକକୁ ଉଠ ବସ୍ କରାଉଥିବା ମଧ୍ୟ ଦେଖିବାକୁ ମିଳିଛି।