ଗୁଗୁଲ ଭଳି ଫେସ୍ବୁକ୍ରେ ବି ଏମିତି କିଛି ସେଟିଂ ରହିଛି, ଯାହାକି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆପେ ଆପେ ସବୁ କିଛି ଡିଲିଟ୍ ହୋଇଯିବ । ଯେମିତିକି ସବୁ ପୋଷ୍ଟ, ଫଟୋ, ପ୍ରୋଫାଇଲ ଫଟୋ ଏବଂ ଆକାଉଣ୍ଟ ମଧ୍ୟ ଡିଲିଟ୍ ହୋଇଯିବ । ଆପଣଙ୍କ ମୃତ୍ୟୁ ପରେ ଫେସ୍ବୁକ୍ ଆପଣଙ୍କ ସମସ୍ତ ତଥ୍ୟ ଡିଲିଟ୍ କରରିଦେବ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ବ୍ୟକ୍ତିର ମୃତ୍ୟୁ ହେଲା କି ନାହିଁ, ତାହା ଫେସ୍ବୁକ୍ କେମିତି ଜାଣିବ । ତେବେ ଏହାର ଉତ୍ତର ହେଲା, ଯେତେବେଳେ ଆପଣଙ୍କ ବନ୍ଧୁ ବା ସାଙ୍ଗସାଥି ଆପଣଙ୍କ ମୃତ୍ୟୁ ହୋଇଥିବା ନେଇ ଫେସ୍ବୁକ୍ ୱାଲ୍ରେ ଖବର କିମ୍ବା ପୋଷ୍ଟ କରନ୍ତି, ତେବେ ସେଥିରୁ ହିଁ ଫେସ୍ବୁକ୍ ଜାଣିପାରେ ।
ଯଦି କେହି ବ୍ୟକ୍ତି ନିଜ ଫେସ୍ବୁକ୍ ଆକାଉଣ୍ଟକୁ ସବୁଦିନ ପାଇଁ ସ୍ମୃତି ଭାବେ ରଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଫେସ୍ବୁକ୍ରେ ଭିନ୍ନ ସେଟିଂ ରହିଛି । ଜମିବାଡ଼ି ପାଇଁ ଯେଭଳି ଉତ୍ତରାଧିକାରୀ ଥାନ୍ତି, ଠିକ୍ ସେହିଭଳି ଆପଣଙ୍କ ଫେସ୍ବୁକ୍ ଆକାଉଣ୍ଟର ମଧ୍ୟ ଉତ୍ତରାଧିକାରୀ ରହିପାରିବେ । ଏଭଳି ଏକ ସୁବିଧା ରଖିଛି ଫେସ୍ବୁକ୍ । ସେଟିଂକୁ ଯାଇ ଆପଣ ମେମୋରିଆଲ ମଧ୍ୟ ଅନ୍ କରିପାରିବେ ।
କେମିତି ଅନ୍ କରିବେ ମେମୋରିଆଲ ?୧. ପ୍ରଥମେ ଆପଣ ଫେସ୍ବୁକ୍ ଆପ୍କୁ ଯାଆନ୍ତୁ ।୨. ପରେ ଡାହାଣ ପାଖ ଉପରେ ଥିବା ନିଜ ପ୍ରୋଫାଇଲ୍ ଫଟୋ ଉପରେ କ୍ଲିକ୍ କରନ୍ତୁ ।୩. ପରେ ସେଟିଂ ଏବଂ ପ୍ରାଇଭେସିକୁ ଯାଇ ସେଟିଂ ଉପରେ କ୍ଲିକ୍ କରନ୍ତୁ ।୪. ପରେ ଆକ୍ସେସ୍ ଆଣ୍ଡ କଣ୍ଟ୍ରୋଲ ଉପରେ କ୍ଲିକ୍ କରନ୍ତୁ ।୫. ତାପରେ ମେମୋରାଲାଇଜ୍ ସେଟିଂକୁ ଯାଆନ୍ତୁ ।୬. ଶେଷରେ Choose Legacy Contacts ସିଲେକ୍ଟ କରି ସମ୍ପୂର୍ଣ୍ଣ ପ୍ରୋସିଜିଓର ଫଲୋ କରନ୍ତୁ ।ତାପରେ ଫେସ୍ବୁକ୍ ୟୁଜର ଜଣକ ଏଠାରେ ଏମିତି ବ୍ୟକ୍ତିଙ୍କୁ ଆଡ୍ କରିବେ ଯିଏ କି ତାଙ୍କ ପରେ ଏହି ଫେସ୍ବୁକ୍ ମ୍ୟାନେଜ କରିବେ ।ଆକାଉଣ୍ଟ ଡିଲିଟ୍ ପାଇଁ କ’ଣ କରିବେ ?ଯଦି ଉପଭୋକ୍ତା ଚାହୁଁ ନାହାଁନ୍ତି ଯେ ତାଙ୍କ ଫେସବୁକ୍ ପେଜ୍ ଏକ ସ୍ମୃତି ଭାବରେ ରହୁ, ତେବେ ସେ ଏହାକୁ ସ୍ଥାୟୀ ଭାବରେ ଡିଲିଟ୍ କରିବାର ବିକଳ୍ପ ମଧ୍ୟ ଚୟନ କରିପାରିବେ । ଫେସବୁକ୍ ସେଟିଂ ଅନୁଯାୟୀ, ଫେସବୁକ୍ ଉପଭୋକ୍ତାଙ୍କର ମୃତ୍ୟୁ ହୋଇଛି ବୋଲି କେହି ବି ଯଦି କିଛି ଏନେଇ ପୋଷ୍ଟ କରନ୍ତି ତେବେ ଆକାଉଣ୍ଟ ଡିଲିଟ୍ ହୋଇଯିବ । ଅର୍ଥାତ୍ କମ୍ପାନୀ ପକ୍ଷରୁ ତୁରନ୍ତ ଉପଭୋକ୍ତାଙ୍କର ଫଟୋ, ପୋଷ୍ଟ, କମେଣ୍ଟ ଆଦି ଡିଲିଟ କରି ଦିଆଯିବ ।୧. ପ୍ରଥମେ ଆପଣ ଫେସ୍ବୁକ୍ ଆପ୍କୁ ଯାଆନ୍ତୁ ।୨. ପରେ ଡାହାଣ ପାଖ ଉପରେ ଥିବା ନିଜ ପ୍ରୋଫାଇଲ୍ ଫଟୋ ଉପରେ କ୍ଲିକ୍ କରନ୍ତୁ ।୩. ପରେ ସେଟିଂ ଏବଂ ପ୍ରାଇଭେସିକୁ ଯାଇ ସେଟିଂ ଉପରେ କ୍ଲିକ୍ କରନ୍ତୁ ।୪. ପରେ ଆକ୍ସେସ୍ ଆଣ୍ଡ କଣ୍ଟ୍ରୋଲ ଉପରେ କ୍ଲିକ୍ କରନ୍ତୁ ।୫. ତାପରେ ମେମୋରାଲାଇଜ୍ ସେଟିଂକୁ ଯାଆନ୍ତୁ ।୬. ଏହାପରେ Delete after death ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।